ଭଜନର ମହାତ୍ମ ଅସୀମ ବୋଲି କୁହାଯାଏ । ଏହା “ଭଜ ସେବାୟାଂ ଧାତୁରୁ ଭଜ ଶବ୍ଦ ନିଷ୍ପନ୍ନ ହୋଇଛି । ତାର ସରଳ ଅର୍ଥ ହେଲା ସେବା । କାହାର ସେବା ? ଆଦର୍ଶଙ୍କର ? ଆଦର୍ଶ କିଏ ? ଯୁଗ ପୁରୁଷୋତ୍ତମହିଁ ଆଦର୍ଶ । ନିଜେ ଭଲ ପାଇବାର ଦାୟରେ କରୁଣା ବିଚଳିତ ହୋଇ ମାନୁଷୀ ତନୁ ଧାରଣ କରି ଜୀବନର ଅମୃତ ଦେଇ ଯାଆନ୍ତି ସିଏ । ଏହି କରୁଣା ଘନ ପ୍ରେରିତ, ପ୍ରେମ ସ୍ଵରୁପ ଧରାକୁ ଯେତେବେଳେ ଅବତରଣ କରନ୍ତି, ଶ୍ରୀ ଚରଣ ଥାପି ଦିଅନ୍ତି, ଯେଉଁଠି ସେଇ ଦେଶ, ଗ୍ରାମ ବା ସ୍ଥାନ ଖାଲି ଧନ୍ୟ ହୁଏନି, ଅନନ୍ତ ଯୁଗ ଧରି ତାଙ୍କରି ବ୍ରାହ୍ମୀ କରୁଣାର ଗମ୍ଭୀର ଉତ୍ସାରଣାର ସ୍ଥଳ ହୋଇଯାଏ । ପୁରୀ ଓ ସାକ୍ଷୀଗୋପାଳ ସେଇ କୃପାଧନ୍ୟ ପରମ ତୀର୍ଥ । ତାଙ୍କ ଶ୍ରୀ ମୁଖରେ ସ୍ୱତଃ ଉଚ୍ଚାରିତ ବାଣୀର କିୟଦଂଶରେ ଉଲ୍ଲେଖ କରାଗଲା ।
ସେଇ ପରମତୀର୍ଥର ମାନ୍ୟତା ଉତ୍କଳରେ ପୁରୀ ଓ ସାକ୍ଷୀଗୋପାଳ ପୁରୁଷୋରମଙ୍କ ଦ୍ବାରା ବିଭବମଣ୍ଡିତ ହୋଇଛି । ପରମ ପ୍ରେରଣାର ଉତ୍ସ ଓ ପରମ ତୀର୍ଥ ପାଲଟି ଯାଇଛି ତାଙ୍କର ପଦରେଣୁର ସ୍ପର୍ଶରେ । ତାର ସ୍ମୃତିର ରୋମନ୍ଥନ ଖାଲି ଉପଚାର ଆଡ଼ମ୍ବରେ କଲେ ହେବନି, ଦରକାର ତାଙ୍କର ଦିଆ ତପଧାରାରେ ନିଜକୁ ବ୍ୟକ୍ତିଗତ ଓ ସମଷ୍ଟିଗତ ଭାବରେ ସାମଗ୍ରୀକ ଜନଜୀବନରେ ବହିଃ ଓ ଅନ୍ତଃକରଣ ବାସ୍ତବ ଅନୁରାଗ ନିବଦ୍ଧ ସଞ୍ଚାରଣା । ପୁରୀ ଓ ସାକ୍ଷୀଗୋପାଳ ମାହାତ୍ମ୍ୟ
ଆଜି ଆମ ପାଖରେ ଆଚାର୍ଯ୍ୟ ଦେବ ହିଁ ଉଭା । ପ୍ରଭୁଙ୍କ ସୁସ୍ପଷ୍ଟ ନିର୍ଦ୍ଦେଶ :
“ବିଗ୍ରହ ବିନାୟିତ ଯିଏ, ଗ୍ରହ ଅଭିଭୂତି ହିଁ ସେଠାରେ ଦୁର୍ବଳ, ଆଚାର୍ଯ୍ୟ ହିଁ ବିଗ୍ରହ ପରମ ଦୈବତ”
ଶ୍ରୀ ଶ୍ରୀ ଠାକୁର ଅନୂକୁଳଚନ୍ଦ୍ର
ଏଇ ଜୀବନ୍ତ ଆଚାର୍ଯ୍ୟକୁ ଅନୁସରଣ କରି ନିଜକୁ ତାଙ୍କରି ଇଜାନୁସାରେ ବାସ୍ତବ କର୍ମରେ ସମର୍ପିତ କରିବା ହିଁ ଯୁଗ ତପସ୍ୟା । ଗୋଟିଏ କଥାରେ ସିଏ ହିଁ ଜୀବନ, ସିଏ ହିଁ ପଥ ଓ ସିଏ ହିଁ ଗନ୍ତବ୍ୟ । ଜୀବନ ସାର୍ଥକ ସମ୍ପୂରଣା ଲାଭ କରେ ତାଙ୍କର ସ୍ମୃତି ଚିହ୍ନ ଆଲିଙ୍ଗନ ଅନୁସରଣରେ । ଉଦ୍ଦାତ କଣ୍ଠରେ ତାଙ୍କର ଘୋଷଣା
ଆସନ୍ତୁ ତାଙ୍କର ପୂଣ୍ୟ ଚରଣର ଧୂଳି ମଥାରେ ନେଇ ତାଙ୍କର କାମରେ ତାଙ୍କରି ନାମରେ ଆମେ ନିଜକୁ ସମର୍ପି ଦେଇ ଧନ୍ୟ ହେବା | ଜୟଗୁରୁ | ପୁରୀ ଓ ସାକ୍ଷୀଗୋପାଳ ମାହାତ୍ମ୍ୟ