ଇଷ୍ଟାନୁରାଗ


Istanuraga

ମଣିଷ ଇଷ୍ଠ ବା ଜୀବନ ଦେବତାଙ୍କୁ ଅନ୍ତରରେ ଜାଗ୍ରତନକଲେ ଅନ୍ୟ ଜୀବପରି ଖାଲି ଭଦରପୂର୍ତ୍ତି ଓ ସନ୍ତାନ ଉତ୍ପାଦନରେ ଯଦି ଲିପ୍ତ ରୁହେ, ଆଉ ତା’ସହିତ, ଲୋଭ, ମୋହ, ଅହଂକାର ଯୋଡ଼ି ହୋଇଯାଏ, ତା’ର ଅମୃତାୟନ ପଥଟି ଖାଲି ବନ୍ଦ ହୁଏନି, ପ୍ରଭୁଙ୍କ ପ୍ରଦତ୍ତ ଅନନ୍ତ ଶକ୍ତିର ଉତ୍ସର ଦ୍ଵାର ବନ୍ଦ ହୋଇଯାଏ । ଗୋଟିଏ ନରପଶୁ ପରି ଜୀବନଟି ସେ କଟାଏ । ଗୋଟିଏ ପରିସ୍ଥାନ ପ୍ରତିଷ୍ଠା ପଛରେ ଦୌଡ଼େ, ଅହମାନ୍ୟତାର ଶିକାର ହୁଏ । ଦୁରାତ୍ମା  ଓ ନରପିଶାଚ ସ୍ତରରେ ହିଁ ଆସୁରିକ କ୍ରିୟାରେ ଲିପ୍ତଥାଏ । ଦୁର୍ଭାଗ୍ୟ ଓ ଦୁର୍ଗତି ତା’ର କାରଣ ହୁଏ। ଜୀବନର ଶ୍ରେଷ୍ଠ ସୌଭାଗ୍ୟରୁ ବଞ୍ଚିତ ହୁଏ | ଆଶିର୍ବାଦର ଏହି ମଣିଷ ଜୀବନ ଅଭିଶାପ ଓ ଦୁର୍ଦଶାର ପଙ୍କରେ ବୁଡ଼ିରହେ । ଇଷ୍ଟାନୁରାଗ

 ଏହି ଇଛାକୃତ ଦୁଃଖ ଆନୟନର ପଥକୁ ରୋକି ପାଇଁ ତ ଇଷ୍ଟ ବା ଯୁଗପୁରୁଷୋତ୍ତମ ମଣିଷ ଭିତରେ ମଣିଷ ହୋଇ ରକ୍ତ, ମାଂସ ସଂକୁଳ ଦେହ ଧାରଣ କରି ଆସନ୍ତି ।ମଣିଷର ଚିତ୍ତମାଲିନ୍ୟ ବିଦୂରିତ କରନ୍ତି, ଓ ଚା’ର ପାତ୍ରତାକୁ ଶୁଦ୍ଧ କରନ୍ତି । ଜୀବନଦେବତାଙ୍କୁ ସେ ବରଣ କରେ, ତାଙ୍କ ସହିତ ଚନ୍ଧା ହୁଏ, ତାଙ୍କରି ଦତ୍ତ ତପସ୍ୟା ଦୀପାଳୀ ଯାହା ଅନ୍ତରରେ ଜଳି ଉଠେ ସେ ଭାଗ୍ୟବାନ |ସେ ଏହି କଳ୍ପବୃକ୍ଷର ଶୀତଳଛାୟା ତଳେ ରହି ସବୁ ପାଇପାରେ । କିନ୍ତୁ ବୃତ୍ତି ବହଳ ଆଦର୍ଶହୀନ ମଣିଷ ଅନ୍ୟତ୍ର ମିଳିବାର ଆଶାପୋଷଣ କରି ଖାଲି ଲହୁଲୁହାଣ ହୁଏ ନାହିଁ, ଏହି ପ୍ରବୃତ୍ତି ତା’ର ସଭାକୁ ଧ୍ବଂସକରେ |ଏହି ଧ୍ବଂସମୁଖୀ ମଣିଷଙ୍କୁ ଉଦ୍ଧାର କରିବାର ଶକ୍ତି କେବଳ ଇଷ୍ଟ ପୁରୁଷୋତ୍ତମଙ୍କ ପାଖରେ ହିଁ ଥାଏ । ତାଙ୍କ ସହିତ ଯୋଗଯୁକ୍ତ ହେବାକୁ ହୁଏ । ଇଷ୍ଟାନୁରାଗ

 ଇଷ୍ଠ ପୁରୁଷୋତ୍ତମ ହିଁ ଏହି ଜାଗ୍ରତ ଜୀବନ ଦେବତା । ତାଙ୍କରି ପ୍ରଦତ୍ତ ସାଧନା ବା ତପସ୍ୟା ହିଁ ଗୁରୁଶକ୍ତି ଯାହା ମଣିଷକୁ ଦେବତ୍ବରେ ରୂପାନ୍ତରିତ କରେ। କସ୍ତୁରୀମୃଗ ଭଳି ମଣିଷ ନିଜକୁ, ନିଜର ମହାନତାର ମୂଳ କେନ୍ଦ୍ରକୁ (ଯୁଗପୁରୁଷୋତ୍ତମ ବା ଗୁରୁ)କୁ ଛାଡ଼ି ବାହ୍ୟ ପାର୍ଥିବ ବସ୍ତୁକୁ ଖୋଜି ହଇରାଣ ହେଉଛି । ସେ ଯଦି ଥରେ ମାତ୍ର ଆମ୍ବନିରୀକ୍ଷଣ କରି ନିଜର ଅନ୍ତଃକରଣରେ ଗୁରୁ ପ୍ରଦତ୍ତ ଶକ୍ତି (ଯଜନ, ଯାଜନ, ଇଷ୍ଟଭୃତି) ଶକ୍ତି ଦ୍ଵାରା ଚଳନ୍ତା ସେ ଉନ୍ନତିର ଚରମରେ ପହଞ୍ଚି ପାରନ୍ତା । ଜୀବନ ଦେବତାଙ୍କ ପ୍ରତି ଅଚ୍ୟୁତ  ଅନୁରାଗ ଓ ସକ୍ରିୟ ନିଷ୍ଠା ଦରକାର । ସେହି ସୌଭାଗ୍ୟ କ୍ଷଣକୁ ଇଷ୍ଟ ଅପେକ୍ଷା କରିଥାନ୍ତି |ପାତ୍ରର ସୁଦ୍ଧତା ବା ମଳିନତା ଭିତରେ ଯେପରି ଜଳବିନ୍ଦୁ ଶୁଷ୍କ ଧରଣୀକୁ ବୃପ୍ତକରେ ଶାମୁକା ପେଟରେ ପଡ଼ି ମୁକ୍ତାରେ ପରିଣତ ହୁଏ, ପୁଣି ସେହି ଜଳବିନ୍ଦୁ କାକର ଭୂପରେ ସାପ ପେଟକୁ ଯାଇ ବିଷରେ ପରିଣତ ବି ହୁଏ । ଏହା ତା’ର ଗ୍ରହଣ କ୍ଷମତା ଉପରେ ନିର୍ଭର କରେ । ଇଷ୍ଟଙ୍କ କୃପା ସେହିପରି ଆଧାର ଶୁଦ୍ଧତା ରୂପରେ । ଭକ୍ତର ଭାବନାରେ ଅମୃତତ୍ୱ ସୃଷ୍ଟି କରେ । ଆସନ୍ତୁ, ଗୁରୁ ପ୍ରଦର ତପସ୍ୟାର ଗହନତା ମଧ୍ୟରେ ଗୁରୁ ସଭାର ସ୍ପନ୍ଦନକୁ ଅନୁଭବ କରିବାର ବ୍ୟାକୁଳତା ଭିତରେ, ସେହି ବିପୁଳ ଆନନ୍ଦର ମାର୍ଗକୁ ଆପଣେଇ ନେଇ ପ୍ରତିଟି ହୃଦ କଦରରେ ଆଲୋକ ଜାଳିଦେବା । ତପସ୍ୟ ନିସୃତ ଏହି ଅମୃତବିନ୍ଦୁ ଆହରଣକରି ନିଜକୁ ଶୁଦ୍ଧ କରିବା ପାଇଁ ସଂକଳ ନେବା । ଏହି ଲଗ୍ନରେ ଯୁଗପୁରୁଷୋତ୍ତମଙ୍କର ସେ ଅମୃତ ବାଣୀଟି ସ୍ମରଣକରି ଭାବନା, କ୍ରିୟା ଓ ବିଚାରର ଉତ୍କୃଷ୍ଟତା ହାସଲ କରି ନିଜର ପାତ୍ର ଶୁଦ୍ଧତା ଭିତରେ ଅଚ୍ୟୁତ ଭଷ୍ଠ ପ୍ରାଣତାର ଶ୍ରଦ୍ଧା ଓ ପ୍ରଜ୍ଞା ଆମ ଭିତରେ ଜାଗରିତ କରି ଗାଇଉଠିବା ।

ଈଶ୍ଵର ହିଁ ନିଧି,ଈଶ୍ଵର ହିଁ ବିଧାତା,

ସେହି ସବୁ ସମସ୍ୟାର ସମାଧାନ ।

ଶ୍ରୀ ଶ୍ରୀ ଠାକୁର

Leave a Reply

Your email address will not be published. Required fields are marked *