ମଧୁସୂଦନ ମୁଖାର୍ଜୀଙ୍କ କଥା


ମଧୁସୂଦନ ମୁଖାର୍ଜୀଙ୍କ କଥା

ସେ ଅନେକ ଦିନର କଥା । ବ୍ରହ୍ମ ଦେଶର ରେଙ୍ଗୁନରେ ରହନ୍ତି, ମଧୁସୂଦନ ମୁଖାର୍ଜୀhttps://www.youtube.com/watch?v=t38IMhIh-L8 । ସେ ସ୍ଥାନୀୟ ଗୋଟିଏ ବିଦେଶୀ ମହିଳାଙ୍କୁ ଭଲପାଇ  ବିବାହ କଲେ । କାଳକ୍ରମେ ତାଙ୍କର ଦୁଇଟି ସନ୍ତାନ ହୁଏ । କିନ୍ତୁ ବିଦ୍ଧିସମ୍ମତ ଭାବରେ ବିବାହ ହୋଇଥିବା ଯୋଗୁଁ ପରସ୍ପର ଭିତରେ ଭାବବିନିମୟର ଅଭାବ ଦେଖାଯାଏ ଏବଂ ଦାମ୍ପତ୍ୟଜୀବନ କଳହ ଓ ଅସହଯୋଗରେ କଟିଯାଏ । ମୁଖାର୍ଜୀ ଭାଇଙ୍କର ପ୍ରତିବେଶୀ ଜଣେ ସତସଙ୍ଗୀ |ସେ ଏଇ ଅଶାନ୍ତ ପରିବେଶ ଦେଖି ତାଙ୍କୁ ଶ୍ରୀଶ୍ରୀଠାକୁରଙ୍କ ଦର୍ଶନକୁ ଦେଓଘର ନେଇ ଆସିଲେ । ସତସଙ୍ଗୀ ଭାଇଟି ଭାବିଥିଲେ ପ୍ରଭୁଙ୍କ ଦର୍ଶନକରି ଏବଂ ଆଶୀର୍ବାଦ ପାଇ ଯଦି ମୁଖାର୍ଜୀ ଭାଇଙ୍କର କିଛି ପରିବର୍ତ୍ତନ ହୋଇପାରେ ଓ ଶାନ୍ତି ଫେରିଆସିପାରେ । ପ୍ରଭୁଙ୍କ ଚରଣ ପ୍ରାନ୍ତରେ ସେଇ ସତସଙ୍ଗୀ ଭାଇଟି ମଧୁସୂଦନ ଭାଇଙ୍କର ଜୀବନଯନ୍ତ୍ରଣା ନିବେଦନ କଲେ । କରୁଣାକ୍ଷରା ଦୃଷ୍ଟିରେ ସେ ଭାଇଙ୍କୁ ଚାହିଁ ଯତି ଆଶ୍ରମର ନନିଗୋପଳ ଚକ୍ରବର୍ତ୍ତୀଦା ୠତ୍ଵିକଙ୍କୁ ଦୀକ୍ଷଦେବାକୁ ନିର୍ଦ୍ଦେଶ ଦେଲେ । ନନୀଦା ପ୍ରଭୁଙ୍କୁ ତାଙ୍କ ପାରିବାରିକ ଅଶାନ୍ତିର କଥା ନିବେଦନ କଲେ । କି ଆଶ୍ଚର୍ଯ୍ୟ ସଦ୍ୟ ଦୀକ୍ଷାପରେ ଶ୍ରୀଶ୍ରୀ ଠାକୁର ମଧୁଦାଙ୍କ ଆଡ଼କୁ ଚାହିଁ  କହିଲେ ” ନନୀ ତାକୁ ସହ-ପ୍ରତି-ୠତ୍ଵିକର ପାଞ୍ଜା ଦେଇଦେ, ଆଉ ଭଲଭାବେ କାର୍ଯ୍ୟକ୍ରମ କରିବାକୁ କହିଦେ” । ଏଠି ନିୟମର ବ୍ୟତିକ୍ରମ । ଯିଏ ନିୟମର ଶ୍ରଷ୍ଠା ନବତମ ବ୍ୟବସ୍ଥାଟି ବି ତା’ର। ଯାହାହେଉ ନନୀଦା ଶ୍ରୀଶ୍ରୀ ଠାକୁରଙ୍କ ଏଇ ସ୍ୱତନ୍ତ୍ର ଆଦେଶ ଦ୍ୱାରା ମଧୁଦାଙ୍କୁ ସ୍ଵସ୍ତୟନୀ ଦୀକ୍ଷା ଦେଇ ୠତ୍ଵିକର ପାଞ୍ଜା ଦେବାର ବ୍ୟବସ୍ଥାକଲେ । ଆଶ୍ରମର ରହଣୀକା ଳ ଭିତରେ ମଧୁଦା ପ୍ରଭୁଙ୍କର ପାଞ୍ଜା ପାଇଲା ପରେ କିଛିଟା ଆଶ୍ୱସ୍ତ ହେଲେ ଏବଂ ତାଙ୍କ ଭଙ୍ଗାମନର ଜ୍ୱାଳା ପ୍ରଶମିତ ହେଲା । ମଧୁଦାଙ୍କ ସ୍ତ୍ରୀ ବି ଏଇ ଆଶ୍ରମବାସୀଙ୍କର ସାଙ୍ଗେ କିଛି କିଛି ଆଳାପ ଆଲୋଚନା କରି ଆନନ୍ଦରେ କଟାଇଲେ । ଯିବା ସମୟର ଶ୍ରୀଶ୍ରୀ ଠାକୁର ମନଦେଇ ଯାଜନ କାର୍ଯ୍ୟ କରିବା କଥା ପୁନଃ ପୁନଃ ଯୋର ଦେଇ କହିଲେ, ଏବଂ ପ୍ରୀତିଭରେ କହିଲେ ସୁନାମୋର, ଧନମୋର, ପ୍ରଭୁଙ୍କୁ ଏତେଟିକେ ନେଇ ବ୍ୟସ୍ତ ରହିବୁ ଦୁସ୍ଥର କର୍ମବିପାପକୁ ସେତେ କଟାଇଦେବୁ। ଝରି ପଡ଼ିଲା ସଜଳ ଆଖି ଦୁଇଟିରେ, କରୁଣାଭରା ଦୃଷ୍ଟି ସେ ବିଦାୟକାଳୀନ ମୁହୂର୍ତ୍ତକୁ । ରେଙ୍ଗୁନ ଫେରିବା ପରେ କିଛି ଦିନ ନାମଧ୍ୟାନ କଲେ, ଦୀକ୍ଷା ବି ଦେଲେ |ତାଙ୍କ ୠତ୍ଵିକଙ୍କୁ ଦୁଇ ତିନୋଟି ଚିଠି ପତ୍ର ବି ଦେଲେ । ଶ୍ରୀଶ୍ରୀ ଠାକୁର ନନୀଦାଙ୍କୁ ମଧୁଦାଙ୍କର କଥା ପଚାରି ଖବର ଅନ୍ତର ନିଅନ୍ତି । ଦୀର୍ଘଦିନ ଧରି କିନ୍ତୁ ଏ ଯୋଗାଯୋଗ ଆଉ ରହିଲା ନାହିଁ । ଶ୍ରୀଶ୍ରୀ ଠାକୁର ନନୀଦାଙ୍କୁ ପଚାରିଲେ- ମଧୁଦା କେମିତି ଅଛି । ନନୀ ଭାଇ ଯୋଗାଯୋଗ ନଥିବା କଥା କହିଲେ । କିଛିଦିନ ପରେ ଜଣେ ସତସଙ୍ଗୀ ଚିଠି ଲେଖିଲେ- ରେଙ୍ଗୁ ଉପକୂଳରେ ସମୁଦ୍ର ଜଳରେ ମଧୁଭାଇଙ୍କର ମୃତ ଦେହ ଭାସିବାର ଦେଖାଯାଇଛି । ତାଙ୍କର ପତ୍ନୀ ଓ ସନ୍ତାନମାନଙ୍କର କୌଣସି ଖବର ନାହିଁ । ଶ୍ରୀଶ୍ରୀ ଠାକୁର ସବୁ ଶୁଣିଲେ ଆଖୁ ମୁହଁ ତାଙ୍କର ବିଷାଦାଛନ୍ନ ହୋଇଗଲା । ସଂକ୍ଷେପରେ ଖାଲି କହିଲେ “ ପାଞ୍ଜି ଦେଇବି ତାକୁ ବଞ୍ଚେଇପାରିଲି ନାହିଁ । ମଧୁସୂଦନ ମୁଖାର୍ଜୀଙ୍କ କଥା

ଏଠି ମଣିଷର କର୍ମଫଳ ଖଣ୍ଡନପାଇଁ ଇଷ୍ଟଙ୍କ ପାଖରେ ଖାଲି ଦୀକ୍ଷାନେଲେ ହେବନାହିଁ । ପବିତ୍ର ଦାୟିତ୍ୱ ଠିକ୍ ଭଳି ବହନକରି ଯଜନ, ଯାଜନ, ଇଷ୍ଟଭୃତି ସହ ଲୋକଚର୍ଯ୍ୟାକୁ ଯଦି ଜୀବନର ବ୍ରତ କରିନେଇଥାଆନ୍ତେ, ତାହେଲେ ତାଙ୍କର ପ୍ରାରବ୍ଧ-ପତନ ହୋଇ ଉନ୍ମତି ରୂପେ ଠିଆହୋଇଥାଆନ୍ତା । ଖାଲି ମଧୁଦା କାହିଁକି ଏ ଜନ୍ମର ବହୁ ଲୋକଙ୍କର ପ୍ରବୃତି ପ୍ରୀତି ଏତେ ପ୍ରବଳଯେ, ଅତୁଟ ନିଷ୍ଠାରେ ଇଷ୍ଟକର୍ମ ନେଇ ଲାଗିରହି ପାରନ୍ତି ନାହିଁ । ପରମପ୍ରେମମୟ ସର୍ବଦ୍ରଷ୍ଟା । ମଧୁଦାଙ୍କର ଭୟାବହ ପରିଣତିରୁ ରକ୍ଷା ପାଇବା ପାଇଁ ବ୍ରାହ୍ମୀ କବଚ ୠତ୍ଵିକ ପାଞ୍ଜା ଦେଇଥିଲେ। କିନ୍ତୁ ଅନୁରାଗହୀନ ଚଳଣୀରୁ ବଞ୍ଚିବାର ସୁଯୋଗକୁ ସେ ହାତଛଡ଼ା କରିଦେଲେ। ଅନ୍ୟଏକ ଯାଗାରେ ଶ୍ରୀଶ୍ରୀ ଠାକୁର କହିଛନ୍ତି- “ ତାଙ୍କର ଦୟା କ’ଣ ଆମେ ନେଉ, ଫେରାଇ ଦେ ଉ । ଅନ୍ୟ ଭାବେ ଭରିରଖୁଥାଉ ଦୟା ର ଖିବାର ଆଧାରଟିକୁ । ଦୟା ର ଖିବାକୁ ଆଉ ଜାଗା ମିଳେନାହିଁ । ସଦଗୁରୁଙ୍କର ପ୍ରତିଟି ପ୍ରତିନିଷ୍ଠା ବାସ୍ତବ ଅନୁରାଗ ନେଇ ଯଦି ଚାଲୁ ତେବେ ଗୁରୁକୃପା ଆମ ଭିତରେ କାର୍ଯ୍ୟ କରିବ ହିଁ କରିବ ।

Leave a Reply

Your email address will not be published. Required fields are marked *