ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?


ଶ୍ରୀ-ଶ୍ରୀ-ଠାକୁର-ଓ-ଭକ୍ତ-ନାନୀ-ଗୋପାଳ-ଚକ୍ରବର୍ତୀ

ପରମପ୍ରେମମୟ ଶ୍ରୀଶ୍ରୀଠାକୁର ସବୁଦିନ ପରି ସେଦିନ ବି ତାଙ୍କର ଆବାସକକ୍ଷକୁ ଗଲେ । ରାତ୍ରୀର ବିଶ୍ରାମ ପାଇଁ । ସେବକ ନନୀଗୋପାଳ  ଚକ୍ରବର୍ତ୍ତୀ ପ୍ରଭୁଙ୍କର ସେବାକାର୍ଯ୍ୟ ସମାପନ କରି ଶ୍ରୀପଦଯୁଗଳରେ ପ୍ରଣାମ ଜଣାଇ ବାହାରେ ଜଗିରହିଲେ । ସଦାସଚେତନ, ସଦାଜାଗ୍ରତ ଏହି ଭକ୍ତଜଣକ ସେହି ମୁହୂର୍ତରେ ଠାକୁରଙ୍କର ପ୍ରହରୀପରି କାମ କରନ୍ତି । ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?https://youtu.be/sZmUpETCgDw

ହଠାତ୍ ଗଭୀର ରାତିରେ ଠାକୁରଙ୍କ ଗୃହରେ ଆଲୋକ ଜଳିଲା । ସେବକ ନନୀଗୋପାଳ ଅତି ସତର୍କତାର ସହ କବାଟର ସରୁ ଫାଙ୍କ ଦେଇ ଅନୁସନ୍ଧିସୁ ହୋଇ ଦେଖିବାକୁ ଚେଷ୍ଟା କଲେ ଠାକୁରଙ୍କର କିଛି ହୋଇଛି କି ?…………ଦେଖୁଲେ ଠାକୁର ଭଦାସ ଭାବରେ ବସିଛନ୍ତି ସତେ ଯେପରି ଆଗତ ପ୍ରାୟ କୌଣସି ବିପଦର ଆଶଙ୍କାରେ । ହଠାତ୍ ଠାକୁରଙ୍କ ନୟନଯୁଗଳ ନିନୀଗୋପଳକ ଆଡ଼େ ପଡ଼ିଗଲା । ଠାକୁର ପଚାରିଲେ, ନନୀ କିରେ ! ହଁ ଠାକୁର- ନନୀଗୋପାଳ । ଅତି ସନ୍ତର୍ପଣରେ ଉତ୍ତର ଦେଇ ଆବାସ କକ୍ଷକୁ ପ୍ରବେଶ କଲେ । ନତଜାନୁ ହୋଇ ଜିଜ୍ଞାଷା କଲେ, ଠାକୁର ଏତେ ରାତିଯାଏ ଆପଣଙ୍କୁ ନିଦ୍ରା ହୋଇନାହିଁ । ଶରୀର କ’ଣ ଖରାପ ଲାଗୁଛି ଠାକୁର! ……. ଆପଣଙ୍କ ସେବାରେ କିଛି ବ୍ୟତିକ୍ରମ ହୋଇଛି କି ? ଏହି ସମସ୍ତ ପ୍ରଶ୍ନର ଏକ ନୀରବ ଉତ୍ତର ‘ନାଁ’ ।

ଠାକୁରଙ୍କର ଗମ୍ଭୀର ଆତଙ୍କିତ ମୁଖମଣ୍ଡଳ କିପରି ମଳିନ ହୋଇଯାଇଛି । କେଉଁ ଦୂର ବହୁ ଦୂରକୁ ଯେପରି ଅନାଇ ରହିଛନ୍ତି । ସ୍ନେହଶୀଳ ପିତା ପରି ଠାକୁର ନନୀଗୋପାଳଙ୍କୁ ଅନାଇ କହିଲେ ଦେଖ ନନୀ ବହୁ ମଣିଷର ଅଶାନ୍ତିର ତପ୍ତ ନିଶ୍ଵାସ ସତେ ଯେପରି ମୋର ଛାତିରେ ପିଟି ହୋଇ ଯାଉଛି ବାରମ୍ବାର । ମୁଁ ଯେପରି ମଣିଷର ଆଗାମୀ ଦିନର ବିପଦର ଆଶଙ୍କା କରି ଆତଙ୍କିତ ହୋଇଯାଇଛି ।

ଭକ୍ତ ନନୀଗୋପଳ ପ୍ରଶ୍ନ କଲେ ଅତି ଭକ୍ତିରେ- ଠାକୁର ମୁଁ କିଛି କରିପାରିବି ଯଦି ଆଦେଶ କରନ୍ତୁ । ପ୍ରତି ଘରେ ଘରେ ଯାଇ ମୋର କଥା କହିପାରିବୁ ? ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ? ଏହା ଛଡ଼ା ଅନ୍ୟ ଉପାୟ ନାହିଁ । ଶ୍ରୀଶ୍ରୀଠାକୁର କହିଲେ । ସଙ୍ଗେ ସଙ୍ଗେ କଥା ଚିନ୍ତା ନକରି ଶ୍ରୀଶ୍ରୀଠାକୁରଙ୍କର ଶ୍ରୀଚରଣପ୍ରାନ୍ତରେ ପ୍ରଣିପାତ କରି କହିଲେ ଦୃବୃଭାବରେ, ହଁ ଠାକୁର ଯାହା କହୁଛନ୍ତି କରିବି ? ତୁ ପାରିବୁ ନନୀ ?

..ହଁ ଠାକୁର ମୁଁ ପ୍ରତି ଘରେ ଘରେ ସତନାମର ସନ୍ଧାନ ଦେବି | …ଠାକୁର ଆଶ୍ୱସ୍ତ ହେଲେ | ନିମିଷକେ ଶ୍ରୀମୁଖ ହୋଇ ଉଠିଲା ପ୍ରଶାନ୍ତ | ସତେ ଯେପରି ଏହି ଦାଇତ୍ୱ ଦେଇ ଏ ତାଙ୍କର ମନର କଥା କହି ଠାକୁର ହାଲୁକା ହୋଇ ଗଲେ | କର ଲେଉଟାଇ ନିମିଷକ ମଧ୍ୟ୍ୟରେ ଗଭୀର ନିଦ୍ରାରେ ନିମଗ୍ନ ହେଲେ | ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?

ପରମ ସ୍ରଷ୍ଟା ସଦା ଜାଗ୍ରତ ..ସଦା ଅତନ୍ଦ୍ର..| ବିରାଟ ଏହି ବିଶ୍ୱବ୍ରହ୍ମାଣ୍ଡର ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଠାରୁ ଆରମ୍ଭ କରି ସର୍ବ ଶ୍ରେଷ୍ଠ ଜୀବ ମଣିଷର ଅସହାୟତାରେ ସେ ଯେପରି ବ୍ୟତିବ୍ୟସ୍ତ |

Leave a Reply

Your email address will not be published. Required fields are marked *